Olasuni Gumpha. ଓଳାଶୁଣି ପର୍ଯଟନ ସ୍ଥଳ

India / Orissa / Kendrapara /
 picnic area  Add category

www.olasuni.com ଇଏ କୌଣସି ନିଦ୍ଦିଷ୍ଟ ଜାତି,ଦେଶ, ବ୍ୟକ୍ତି ବା ଧର୍ମ ପାଇଁ ନୁହେଁ ଅଥଚ ସମସ୍ତଙ୍କ ପାଇଁ ସମସ୍ତ ମାନବ ସମାଜ ପଇଁ | ଧର୍ମ ନାମରେ ବା ଜାତିକୁ ବିଭାଜିତ କରିବା ସପକ୍ଷରେ କିମ୍ବା ସେହିପରି ସେମନଙ୍କର ଭକ୍ତି ବା ବକ୍ତବ୍ୟ ସନ୍ଥ ଅରକ୍ଷିତ ଦାସ୍ କେଉଁଠାରେ ଉଲ୍ଲେଖ କରି ନହାନ୍ତି , ଏକ ବିଂଶ ଶତାଦ୍ଦିରେ ମଣିଷ ସମାଜ ବିଶ୍ଯଗ୍ରାମର ପରିକଳ୍ପନା କରୁଥିବା ବେଳେ ୧୮୦୦ ମସିହା ପୂର୍ଣ ସିଦ୍ଦି ପରେ , ସନ୍ଥ ମହାରାଜ ଏଥି ସଂକ୍ରାନ୍ତିଯ ବେଦ ବାକ଎ ମାନ ସେହିସମୟ ରୁ ଆଲୋଚନା କରିଛନ୍ତି. ଏଥି ସହିତ ତାଙ୍କ ରଚିତ 'ମହିମଣ୍ଡଳ ଗୀତା ' ପୁସ୍ତକରେ ସମଗ୍ର ମାନବ ଜାତି ଛପନ କୋଟି ଜୀବ ଜଗତ ବିଷୟରେ ବିଶଦ ଭବେ ଆଲୋଚନା କରିଛନ୍ତି |
ସେହି ମହପୁରୁଷ ଶ୍ରୀ ଶ୍ରୀ ଅରକ୍ଷିତ ଦାସ ଓଡ଼ଶା ଗଞ୍ଜାମ ଜିଲ୍ଲା ବଡଖେମଣ୍ଡା ର ବିଜୟନଗର ଗଡରେ ଆନୁମାନିକ ୧୭୮୦ ରୁ ୧୭୮୮ ମସିହା ରେ ଜନ୍ମଗ୍ରହଣ କରିଥିଲେ . ତାଙ୍କର ପିଲାବେଳ ନାମ ଥିଲା ବଲଭଦ୍ର ଦାସ |ପିଳାବେଳୁ ତାଙ୍କର ଧର୍ମଭାବ ଜାଗ୍ରତ ହୋଇଥିଲା. ତାଙ୍କୁ ବାରବର୍ଷ ହୋଇଥିବାବେଳେ ତାଙ୍କରପିତା ପଦ୍ମନାଭଦେବ ପାଠ ପରିକ୍ଷା କରିବା ସମୟ ରେ ସେ ପିତାଙ୍କୁ କହିଲେ ହେ ପିତା ! ମୁଁ ତ ପରମ ପାଠ ପଡୁଛି , ଅନ୍ୟପଠ ପଡିବାର ପ୍ରୟଜନ କ'ଣ , " ବିଦ୍ୟାଟି ବେଦ ଯେ ବୋଲଇ | ତହିରେ ମୋରକାଯ୍ୟ ନାହିଁ || ଭାବେ ଅବିଦ୍ୟା ପରମକୁ | ଭାବେ ଭରଷା ମୋର ତାଙ୍କୁ ||
ଏହିପରି ଚିନ୍ତାରୁ ନିବ୍ରୁତ କରିବାପାଇଁ ତାଙ୍କପିତା ରାଜକନ୍ୟା କୁ ବିବାହ ଦେବା କଥା କହିବାରୁ ମହାମୁନି କପିଳ ଶୁଭଦେବଙ୍କ ଭଳି ପିତାଙ୍କୁ ପରମ ତତ୍ତ୍ବ୍ ବୁଝାଇ କହିଲେ " ହେ ପିତା ! ଯେ ମାତା ରୁପେ ଜନ୍ମ କରି ପୁତ୍ର ହୋଇଲି ମୁଁ ତଙ୍କରି ପୁତ୍ରିମାକୁ ବିହା ହେଲେ ଧର୍ମ ଟି ସହିବକି ଭଲେ କି କଥା କହିଲ ହେତାତ ସେଇଟି ମୋର ନିଜ ମାତା ତା' ପରେ ଘର ତ୍ୟାଗ କରି କଚେରୀ ଘରକୁ ଚାଲିଆସିଥିଲେ , ସେଠାରେ ରହୁଥିବା ସାଧୁସନ୍ଥ ମାନଙ୍କ ସେବାରେ ନିଜକୁ ନିବ୍ରୁତ କରିଥିଲେ | ଠିକ୍ ତାର ରାତ୍ରିରେ ନିକଟବର୍ତି ଜଣେ ବିଧବା ବ୍ରାହ୍ମଣ ର ବାଡିରୁ ସେ କଦଳି ପତ୍ର କାଟୁଥିବା ବେଳେ , ବ୍ରହ୍ମଣୀ ପତ୍ର କଟା ହେବ ଶୁଣି " କିଏ ଗୋଟେ ଅରକ୍ଷିତ ମୋ ବାଡି ରୁ ପତ୍ର କାଟୁଛି କହି ଧାଇଁ ଆସିଲା, ଏବଂ ରାଜପୁତ୍ରଙ୍କୁ ଦେଖି ଆବାକ୍ ହୋଇଗଲେ , ଏଥିରେ ରାଜପୁତ୍ର ବ୍ରହ୍ମଣୀ ଙ୍କୁ ସାନ୍ତନା ଦେଇ କହିଲେ ମା' ଆଜି ପର୍ଯନ୍ତ ମୋ ନା' ପାଉନଥିଲି କିନ୍ତୁ ଆଜି ତୁମ ଦଯାରୁ ମୁଁ ଅରକ୍ଷିତ ନାମଟି ପାଇଗଲି | ତା' ପରେ .......

କେନ୍ଦ୍ରାପଡା, କଟକ, ଯାଜପୁର ଜିଲ୍ଲା ର କେନ୍ଦ୍ରବିନ୍ଦୁ ପରି ଦଣ୍ଡାଯମାନ ଏହି ଓଳାଶୁଣି ପାହାଡ . ଏହି ପିଠ ପାଇଁ ତିନୋଟି ଜିଲ୍ଲା ର ପ୍ରଶାସନିକ ଶୁଭଦ୍ରୁଷ୍ଟି ବିଶେଷ ଭାବରେ ପରିଲିଖିତ ହୋଇଥାଏ | ରାଜଧାନୀ ଭୁବନେଶ୍ଯର ରୁ ୮0 କିଲୋମିଟର ଦୁରରେ ରହିଛି ଏହି ପାହାଡ . ଦଇତରି ରୁ ପାରାଦିପ ଲମ୍ବିଯାଇଥିବା କଳା ମଚମଚ ପିଚୁରାସ୍ତା , ରଜପଥ ୫ ନଂ (କ ) ଛୁଇଁ ଛିଡା ହୋଇଛି ଏହି ଓଳାଶୁଣି ପାହାଡ ଓରଫ ଗୁମ୍ଫା ପାହାଡ . ପାରାଦ୍ବିପ କୁ ଯିବବେଳେ ସ୍ଥଳ ଭାଗର ଏହା ହେଉଛି ଶେଷ ପାହାଡ | ଏହି ଓଳାଶୁଣି ପାହାଡ ସନ୍ଥ ଅରକ୍ଷିତ ଦାସ ଙ୍କ ସମାଧି ପିଠ ହୋଇଥିଲେ ବି ଗୋଟିଏ ପର୍ଯଟନ ସ୍ଥଳ ଭାବରେ ପରିଚିତ .
ଏହାର ସମ୍ପୁର୍ଣ ଡାଟା ପାଇଁ ଅଧ୍ୟାପକ ଯଚିନ୍ଦ୍ର ରାଉତ୍ ଙ ଏକ ଲେଖା www.facts-and-figures.org/OLASUNI-MONUMENTS-IN-OLASUNI-... & eodisha.org/travel/monuments-in-olasuni-pahada/ ଇଂଗ୍ରାଜୀ ରେ ରଖିଅଛୁ . ମତାମତ ପାଇଁ ତଳେ ଥିବା comment ବାକ୍ସ ବ୍ୟବହାର କରନ୍ତୁ | : ସୀତାଂଶୁ
ଆପଣ ଯଦି ଏହା ପାଈଁ ଆଗ୍ରହ ତେବେ ଯୋଗାଯୋଗ କରନ୍ତୁ ଓଳାଶୁଣି ସାଇଟ୍ www.olasuni.com କିମ୍ବା ୯୯୩୭୧୨୮୮୦୫,
Nearby cities:
Coordinates:   20°35'23"N   86°16'15"E
This article was last modified 12 years ago